Aaha ki asima prema

ଆହା କି ଅସୀମ ପ୍ରେମ

by Shyam Sahu

ଆହା କି ଅସୀମ ପ୍ରେମ ତାଙ୍କର ରାଜା ଯୀଶୁଙ୍କର ପ୍ରଶଂସା 
କରି ନିରନ୍ତର ହୃଦୟ ଢାଲି ଭକ୍ତି ଦୀପାଲି ସରବେ ଗାଅ ନିରନ୍ତର

ଆସିବେ ସେ ମେଘ ରଥରେ ଦୂତ ସାଧୁ କିରୁବ ସଙ୍ଗରେ 
ଯେତେ ଭକ୍ତ ଥିବେ ଏ ଧରାରେ ସର୍ବେ ଯିବେ ସରଗପୁରେ 
ହାଲେଲୁୟା ଜୟ ପ୍ରଶଂସାର ଗୀତ ଶୁଣୁଥୁବ ସବୁରି କଣ୍ଠରେ  (୧)

ଗଢ଼ିବ ସେ ନୂତନ ଦେଶ ନାମ ହେବ ସିୟୋନ ଦେଶନ ରହିବ
ଦୁଃଖ କି କ୍ଲେଶ ଭରି ଦେବେ ଶାନ୍ତି ଅଶେଷ ଆମେ ହେଲେ 
ପ୍ରଜା ଯୀଶୁ ହେବେ ରାଜା ସେ ନୂତନ ଶାନ୍ତି ରାଜନ (୨)

Browse more worship song lyrics